Date: 2026-11-01
ଖଡ଼ିଆଳ ମହୋତ୍ସବ-୨୦୨୭ ପାଇଁ ପ୍ରସ୍ତୁତି ବୈଠକ, ନୂତନ କମିଟି ଗଠିତ ଖଡ଼ିଆଳ, ୧ ନଭେମ୍ବର: ଖଡ଼ିଆଳ ମହୋତ୍ସବ-୨୦୨୭ ଆୟୋଜନ ନିମନ୍ତେ ଖଡ଼ିଆଳ ମହୋତ୍ସବ ପାଳନ ସମିତି ପକ୍ଷରୁ ରବିବାର ଦିନ ସ୍ଥାନୀୟ PWD ବଙ୍ଗଳାଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମିତିର ସଦସ୍ୟ, ପଦାଧିକାରୀ ଓ ପରାମର୍ଶଦାତାଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଯୋଗଦେଇଥିଲେ। ବୈଠକରେ ଆଗାମୀ ଖଡ଼ିଆଳ ମହୋତ୍ସବ-୨୦୨୭ର ତାରିଖ ନିର୍ଦ୍ଧାରଣ କରାଯିବା ସହ ମହୋତ୍ସବର ସୁପରିଚାଳନା ପାଇଁ ଏକ ନୂତନ କମିଟି ଗଠନ କରାଯାଇଥିଲା। କମିଟିର ସଭାପତି ଭାବେ ଶ୍ରୀ ଅଧିରାଜ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଭାବେ ଶ୍ରୀ ପୃଥ୍ୱୀ ମହାନ୍ତି ଏବଂ ଉପସଭାପତି ଭାବେ ଡଃ ସୁଶାନ୍ତ ବିଶି ଓ ଶ୍ରୀ ଉଜ୍ଜ୍ୱଳ ଗୁପ୍ତା ମନୋନୀତ ହୋଇଛନ୍ତି। ଖଡ଼ିଆଳର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ପ୍ରଚାର-ପ୍ରସାର ସହ ମହୋତ୍ସବକୁ ଆକର୍ଷଣୀୟ ଓ ସଫଳ କରିବା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ।